କଣ୍ଟାମାଳ: ଦହ୍ୟା ଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା, ଯୋଗଦେଲେ କଣ୍ଟାମାଳ ବିଧାୟକ
ସୋମବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହ୍ୟା ଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ | ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଅନ୍ୟ ମାନେ ଯୋଗ ଦେଇଥିଲେ |