ଜମନକିରା ଛକ ଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଅନୁସାରେ ନୂଆଁପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଓ ବିହାର ବିଧାନସଭା ନିର୍ବାଚନ ରେ NDA ର ପ୍ରଚଣ୍ଡ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖା ଯାଇଛି। ଏନେଇ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଜମନକିରା ଛକ ଠାରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଆତସବାଜି କରିବା ସହ ମିଷ୍ଠାନ ବଣ୍ଟନ କରି ବିଜୟ ଉତ୍ସବ ମନାଇଥିଲେ।