କୋରେଇ: ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବଟିରା ଖେଳ ପଡିଆରେ ଅନୁଷ୍ଠିତ,ଯୋଗଦେଲେ ଶତାଧିକ ଚାଷୀ
Korai, Jajpur | Nov 12, 2025 ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବଟିରା ଖେଳ ପଡିଆରେ ଅନୁଷ୍ଠିତ,ଯୋଗଦେଲେ ଶତାଧିକ ଚାଷୀ। ଆଜି କୋରେଇ ବିଡ଼ିଓ ଅବନୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ଏହି ମେଳା କୁ ଉଦଘାଟନ କରିଥିଲେ l ବିଶେଷ ଭାବରେ ରାଜ୍ୟ ସରକାର କିଭଳି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି ଆଲୋଚନା କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଓ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳେଇ ଅନ୍ୟତମ ଅତିଥିଭାବେ ଯୋଗଦେଇ ପ୍ରାଣୀସମ୍ପଦର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l