ସରକାରୀ ଯୋଜନା ସହ ସହରାଞ୍ଚଳର ଆର୍ଥିକ ଅଗ୍ରଗତିକୁ ଯୋଡିବା ପାଇଁ ‘ସହଯୋଗ’ଅଧିନରେ ଏକ ମୋବାଇଲ୍ ୟୁନିଟ ସେବା ତଥା ସଚେତନତା ରଥ ଗୁରୁବାର ଦିନ ୧୧ ଟାରେ ଶୁଭାରମ୍ଭ ହୋଇଯାଇଛି। ଦେବଗଡ଼ ପୌରପରିଷଦ କାର୍ୟ୍ୟାଳୟରେ ସଚେତନତା ରଥ ଓ ଶୋଭାଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ମୁଖ୍ୟ ଉନ୍ନୟନ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ୍ କୁମାର ଭୋଜ ସବୁଜ ପତାକା ଦେଖାଇ ଗୁରୁବାର ଶୁଭାରମ୍ଭ କରିଥିଲେ। ସଚେତନତା ରଥ ସହରାଞ୍ଚଳ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବ।