ରାଜଗାଙ୍ଗପୁର: କୁତ୍ରା ବ୍ଳକର ପତ୍ରାପଡା ଓ ଘୁଷରାବାହାଲ ଗ୍ରାମ ରେ ଦୁଇ ଯୁବକ କଲେ ଆତ୍ମହତ୍ୟା
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ପତ୍ରାପଡା ଓ ଘୁଷରାବାହାଲ ଗ୍ରାମ ରେ ଦୁଇ ଜଣ ଯୁବକ ସମାନ ଢଙ୍ଗରେ ଆତ୍ମହତ୍ୟା କରିଛନ୍ତି। କୁତ୍ରା ପୋଲିସ ରାଜଗାଙ୍ଗପୁର ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପ୍ରକାଶ ଯୋଗ୍ୟ ଯେ ଉଭୟ ଘଟଣା ସମାନ ଢଙ୍ଗରେ ଘଟିଅଛି।