ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରିଆମାଳ ବ୍ଲକ ପଳସମା ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ମହନ୍ତ, ପଳସମା ସରପଞ୍ଚ ସୁଶୀଲ କୁମାର ଓ ଡିପିଏମ ସୁଶାନ୍ତ ପ୍ରହରାଜ ଫିତାକାଟି ଶୁଭାରମ୍ଭ କରିଥିଲେ ।