ଲାଞ୍ଜିଗଡ: ଲାଞ୍ଜିଗଡ଼ ବିଧାୟକ ଦ୍ଵାରା ଭବାନୀପାଟଣା ଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତତୀ ରେ ମାଲ୍ୟାର୍ପଣ।
ଆଜି ହେଉଛି ଜାତୀୟ ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମ ଜୟନ୍ତି।ଯାହା କୁ ଅକ୍ଟୋବର ୨ତାରିଖକୁ ସାରା ଭାରତ ବର୍ଷରେ ଗାନ୍ଧି ଜୟନ୍ତୀ ଭାବେ ପାଳନ କରାଯାଇଥାଏ। ପ୍ରତ୍ୟେକ ସ୍କୁଲ କଲେଜ ସହିତ ବିଭିନ୍ନ ରାଜନୈତିକ ଦଳ ସମେତ ଅନୁଷ୍ଠାନ ମାନଙ୍କରେ ମଧ୍ୟ ମହାଆଡମ୍ବର ସହିତ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏହି ଅବସରରେ ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ ସହିତ ଶପଥ ପାଠ କରିଥିବା ସୂଚନା।