ବୀରମିତ୍ରପୁର: ବୀରମିତ୍ରପୁରର ଝୁରମୁର ଗ୍ରାମରେ ସ୍ବର୍ଗତ ଜର୍ଜ ତିର୍କୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୂର୍ବତନ ମନ୍ତ୍ରୀ।
ପ୍ରାପ୍ତିସୂଚନାନୁସାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବି.ଜେ.ପି ନେତା ସୁଦାମ ମାରାଣ୍ଡି ଓ ତାଙ୍କର ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡି ସ୍ବର୍ଗତ ଜର୍ଜ ତିର୍କୀଙ୍କ ପୈତୃକ ଗ୍ରାମ ବୀରମିତ୍ରପୁରର ଝୁରମୁରକୁ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ।ସୁଦାମ ମାରାଣ୍ଡି ସମାଧି ପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସେଠାରେ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ।ଏହି ଅବସରରେ ଜର୍ଜ ତିର୍କୀଙ୍କ ପୁଅ ତଥା ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ,ପରିବାର ସଦସ୍ୟ,ପୂର୍ବତନ ବିଧାୟକ ନିହାର ସୁରିନ,ହାଲୁ ମଣ୍ଡାରୀ ଏବଂ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ |