ପୁରୀ ମ୍ୟୁନିସିପାଲଟି: ଜଗନ୍ନାଥ ଷ୍ଟାଡିୟମରେ ସର୍ବ ଭାରତୀୟ T-10 ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ କାର୍ଯ୍ୟକ୍ରମ ଅନୁଷ୍ଠିତ
Puri M, Puri | Sep 14, 2025 ସର୍ବ ଭାରତୀୟ T-10 ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ସାଂସଦ। ସୂଚନା ମୁତାବକ ଆଜି ରାତି ୭ ଘଟିକା ସମୟରେ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ସର୍ବ ଭାରତୀୟ T-10 ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ କାର୍ଯ୍ୟକ୍ରମ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଯୋଗଦେଇ ବିଜେତା, ଉପବିଜେତା ଏବଂ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ପୁରସ୍କୃତ କରି ସେମାନଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ।