ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୫ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗଦେଇ ସାଇବର କ୍ରାଇମ କିପରି ରୋକି ହେବ, ସାଇବର ଠକେଇରୁ କିପରି ସୁରକ୍ଷିତ ରହିହେବ ସେନେଇ ଅବଗତ କରିଛନ୍ତି l ଅସୁରକ୍ଷିତ ଲିଙ୍କ କୁ ନ ଖୋଲିବା ତଥା ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ଉପରେ ଅବଗତ କରାଇଛନ୍ତି l