ଧର୍ମଶାଳା: ସିଂହାପୁର ପଞ୍ଚାୟତରେ ଧର୍ମଶାଳା ବିଧାୟକ ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କଲେ l
ଗୁରୁବାର 10:30 ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁ ସିଂହାପୁର ଗ୍ରାମପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ପରେ ସେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ସେଗୁଡ଼ିକର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।