ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜଛକ ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ଅଟକାଇ ଗାଡି ଭଙ୍ଗାରୁଜା କରି ଗୋରୁ ଛଡେଇ ନେବାକୁ ଉଦ୍ୟମ କରୁଥିବା ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ। ଅଭିଯୋଗ ଅନୁସାରେ ଜଳେଶ୍ୱର ଅଞ୍ଚଳର ମନରଞ୍ଜନ ମାଈତି ଭୁବନେଶ୍ୱର ପଥରବନ୍ଧ ସ୍ଥିତ କାହ୍ନୁଚରଣ ବେହେରାଙ୍କ ନିକଟରୁ ଏକ ଗାଈ ଏବଂ ବାଛୁରୀ କିଣି ସମସ୍ତ କାଗଜପତ୍ର ସହ ଓଡି ୦୨ ଟି ୯୪୦୦ ନମ୍ବର ବିଶିଷ୍ଟ ଏକ ଟାଟା ଏସି ଗାଡି ଗାଡ଼ିରେ ଜଳେଶ୍ୱର ନେଇ ଯାଉଥିଲେ।କଲେଜ ଛକ ନିକଟରେ ଗାଡି ପହଞ୍ଚିବାପରେ ୨୦ ରୁ ଉର୍ଧ୍ଵ ଯୁବକ ବେଆଇନ ଗୋଚାଲାଣ ହେଉଥିବା ଅଭିଯୋଗ କରି ଆକ୍ରମଣ କରିଥିଲେ।