Dt.୨୧.୧୧.୨୦୨୫ Place. ଉମରକୋଟ ନବରଙ୍ଗପୁର ଜିଲ୍ଲା ର ମଣ୍ଡେଇ ପରବ ଆଦିବାସୀ ପରମ୍ପରା ଓ ସଂସ୍କୃତି ର ଉତ୍ସବ। ଚଳିତ ବର୍ଷ ମଣ୍ଡେଇ ଉତ୍ସବ ଆସନ୍ତା ୨୫ ତାରିଖ ରେ ଉମରକୋଟ ର ପୋଡାଗଡ଼ ଠାରେ ଆରମ୍ଭ ହେବାକୁ ଯାଉଛି। ଆଜି ବ୍ଲକ ପ୍ରଶାସନ ତରଫରୁ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ସମସ୍ତ ମାନ୍ୟ ଗଣ୍ୟ ଲୋକଙ୍କ ସମେତ ସମସ୍ତ କଳାକାର, ନବରଙ୍ଗପୁର ଜିଲ୍ଲା ବାସୀ ତଥା ପଡୋଶୀ ରାଜ୍ୟ ଛତିଶଗଡବାସୀଙ୍କୁ ଏହି ଉତ୍ସବ ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆଯାଇଛି।