ଧର୍ମଶାଳା: ଧର୍ମଶାଳା ଗସ୍ତରେ ଆସିଥିବା ବେଳେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି କୌଣସି ଚାଷୀଙ୍କ ଟୋକନ ବାତିଲ ହେବ ନାହିଁ
କୌଣସି ଚାଷୀଙ୍କର ଟୋକନ ବାତିଲ ହେବ ନାହିଁ। ସବୁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଭାରତ ବର୍ଷ ରେ ଓଡିଶା ଆଉ ଛତିଶ ଗଡ଼ ଦୁଇ ରାଜ୍ୟରେ ଚାଷୀ ମାନଙ୍କୁ ସବସିଡ ଦିଆଯାଉଛି। ଏଥିରେ କିନ୍ତୁ ଓଡ଼ିଶା ଆଗରେ ରହିଛି ବୋଲି ରାଜ୍ୟ ଖାଦ୍ୟ ନିରାପତ୍ତା ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ରବିବାର 7:35 ସମୟରେ ମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ କୃଷି ଓ କୃଷକ କୁ ଗୁରୁତ୍ଵ ଦେଉଥିବାରୁ ଓଡିଶାର ଚାଷୀ ମାନେ ଖୁସି ଅଛନ୍ତି।