ଆଜି ସଂନ୍ଧ୍ୟା ୬ଟା ୩୦ ମି.ରେ ବାଲିବନ୍ଧା ସ୍ଥିତ ସୋମନାଥ ବାବାଙ୍କ ଶିବ ମନ୍ଦିରରେ ଗୁଜ଼ରାଟର ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ଉପଲକ୍ଷେ ବିଜେପି ତରଫରୁ ସୋମନାଥ ସ୍ୱାଭିମାନ ଦିବସ ପାଳନ କରାଯାଇଥିଲା । ପ୍ରଥମେ ୧୦୮ ଦ୍ବୀପ ପ୍ରଜ୍ଜଳନ କରି ଆମ ସମସ୍ତଙ୍କ ଅସ୍ଥା ଓ ବିଶ୍ୱାସ ର ପ୍ରତୀକ ଶ୍ରୀ ସୋମନାଥ ବାବାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାର୍ଚନା ପରେ ସାମୁହିକ ୧୦୮ଥର ଓଁକାର ମନ୍ତ୍ର ପାଠ କରାଯାଇଥିଲା l ୧୦୦୦ ବର୍ଷ ଆକ୍ରମଣ ଏବଂ ୭୫ ବର୍ଷ ମନ୍ଦିର ପୁନଃ ନିର୍ମାଣ କଥା କୁହାଯାଇଥିଲା l