ବାସୁଦେବପୁର: ବେକମୁଡ଼ି ଛକ ନିକଟରେ ବାଇକରୁ ପଡି ଜଣେ ଯୁବକ ଗୁରୁତର
ବୁଧବାର ଅପରାହ୍ନରେ ବେକମୁଡ଼ି ଛକ ନିକଟରେ ବାଇକରୁ ପଡି ଜଣେ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ନିକଟସ୍ଥ ଅଞ୍ଚଳର ବାଦଲ ନାୟକ ହୋଇଥିବା ବେଳେ ସେ ବାଇକରେ ଯାଉଥିବା ବେଳେ ବେକମୁଡ଼ି ଛକ ନିକଟରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହେଇଥିଲା।