ବିଞ୍ଝାରପୁର: ବିଂଝାରପୁର ବିଧାୟିକାଙ୍କ ନାଁରେ ସାମାଜିକ ଗଣମାଧ୍ୟରେ ଅଶାଳୀନ ମନ୍ତବ୍ୟକୁ ନେଇ ବିଂଝାରପୁର ଥାନାର ଦ୍ୱାରସ୍ତ ହେଲେ ବିଜେଡି କର୍ମୀ
ବିଂଝାରପୁର ବିଧାୟିକାଙ୍କ ନାଁରେ ସାମାଜିକ ଗଣମାଧ୍ୟରେ ଅଶାଳୀନ ମନ୍ତବ୍ୟକୁ ନେଇ ବିଂଝାରପୁର ଥାନାର ଦ୍ୱାରସ୍ତ ହେଲେ ବିଜେଡି କର୍ମୀ l ଗତ କିଛିଦିନ ତଳରେ ବିଂଝାରପୁର ଅଂଚଳର ଜନୈକ ବ୍ୟକ୍ତି ବିଂଝାରପୁର ବିଧାୟିକା ଶ୍ରୀମତୀ ମଲ୍ଲିକ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି l ଏହି ଘଟଣାକୁ ନେଇ ବିଜେଡି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବିଜେଡି କର୍ମକର୍ତ୍ତା ଓ କର୍ମୀ ବିଂଝାରପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି l