ପାରଳାଖେମୁଣ୍ଡି: ବଡ ରାଧାକାନ୍ତ ମନ୍ଦିର ଠାରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମନ୍ଦିର ଠାରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଆଜି ରାତି ୮ ଘଣ୍ଟ ସମୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ବହିନ୍ଦୁ ପରିଷଦ ପାରଳା ନଗର ସଭାପତି କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ , କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, ହରି ମୋହନ ପଟ୍ଟନାୟକ, ବଶିଷ୍ଠ ଓକିଲ ଏମ ସି ରାଓ, ଜିଲ୍ଲା ସମ୍ପାଦକ ଶ୍ୟାମ ସୁନ୍ଦର ଶବର, ପ୍ରମୁଖ ଯୋଗଦେଇ ଗଜପତି ଜିଲ୍ଲାରେ ଅବୈଧ ରହିଥିବା ରୋହିଙ୍ଗିୟାଙ୍କୁ ଚିହ୍ନଟ କରିବା ଏବଂ ବିଦା କରିବା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ନି