ଆଜି ହୀରାକୁଦ ଗସ୍ତ କରିଥିଲେ ସମ୍ବଲପୁର ମହାନଗର ନିଗମ ର ଡେପୁଟି କମିଶନର l ଏହି ଗସ୍ତ ସମୟରେ ହୀରାକୁଦ କୁ ଆସୁଥିବା ପର୍ଯ୍ୟଟକ ମାନେ କିପରି ପିଇବା ପାଣି ପାଈଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ତଦାରଖ କରିଥିଲେ l ହୀରାକୁଦ ରେ ଥିବା ପାର୍କ ନିକଟରେ ପିଇବା ପାଣି ପାଈଁ କୌଣସି ବ୍ୟବସ୍ଥା ନାହିଁ, ଯାହାଫଳରେ ପର୍ଯ୍ୟଟକ ମାନେ ଅନେକ ହଇରାଣ ହେଉଥିବା ନିଜେ ପର୍ଯ୍ୟଟକ ମାନେ କହିଥିଲେ l ଏହି ଅବସରରେ ହୀରାକୁଦ ର ସମାଜ ସେବୀ କାର୍ତ୍ତିକ କଲେତ ଓ ହୀରାକୁଦ ଥାନା ଅଧିକାରୀ ସନୟ ନାଏକ ମଧ୍ୟ ଉପସ୍ଥିତ ଥିଲେ l