ରିଆମାଳ ବନାଂଚଳ ରେଙ୍ଗାଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଟିଙ୍କବୀର ଅଂଚଳରେ ୪୦ ଟିକିଆ ହାତୀ ପଲ ଉପଦ୍ରବ ଦେଖାଦେଇଛି । ମଙ୍ଗଳବାର ରାତି ହାତୀ ପଲ ଉକ୍ତ ଅଂଚଳରେ ଉପଦ୍ରବ ଜାରି ରଖିଥିବା ନେଇ ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହିତ ବନବିଭାଗ କର୍ମଚାରୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଏକଡ ଏକଡ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ହାତୀ ଉପଦ୍ରବ ପାଇଁ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି ।