ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ମଣ୍ଡଲିଆ ବନଦୂର୍ଗା ମନ୍ଦିର ମା କାଲି ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି
ଝାରସୁଗୁଡା ଜିଲ୍ଲା ମଣ୍ଡଲିଆ ବନଦୂର୍ଗା ମନ୍ଦିର ମା କାଲି ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି l ଆଜି ପୂର୍ବାହ୍ନ ୧୧ ଟା ରେ ସମ୍ପୂର୍ଣ ରୀତିନୀତିରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l ବାଜାଗଜାର ତାଳେ ତାଳେ ଶତାଧିକ ମହିଳା ନିକଟସ୍ଥ ପୋଖରୀରୁ ଜଳ ଭର୍ତି କଳସ ଆଣି ମନ୍ଦିରରେ ସ୍ଥାପନ କରିଛନ୍ତି l ଆଜି ରାତିରୁ ମା ଙ୍କ ସମ୍ପୂର୍ଣ ରୀତିନୀତି ପୂଜାର୍ଚ୍ଚନା ଆରମ୍ଭ ହେବ l ସମ୍ପୂର୍ଣ ରୀତିନୀତିରେ ମା ଙ୍କ ପୂଜାର୍ଚନା ସହ ଭଣ୍ଡାରା ମଧ୍ୟ ଅନୁଷ୍ଠିତ ହେବ l ଏହି ଭଣ୍ଡାରା ରେ ପ୍ରାୟ ୫ ହଜାର ଲୋକଙ୍କ ସମାଗମ ହେବ ବୋଲି କମିଟି ସଦସ୍ୟ ମନୁ ସିଂ ପ୍ରତିକ୍ରିୟା ଦେଇଛନ୍ତି l