ଜୟପୁର: ଗଞ୍ଜେଇ ଚୋରା ଚାଲାଣ ମାମଲା ଦାମନଯୋଡି ରୁ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ
ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜୟପୁର ଟାଉନ ପୋଲିସ ଆଜି ଜଣେ ଅଭିଯୁକ୍ତ କୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବି.ସି˚ପୁର ଥାନା ଅଞ୍ଚଳର ସେମଳାଗୁଡା ଗ୍ରାମର ମନୋଜ ଗଣ୍ତା । ଜୟପୁର ଗାନ୍ଧି ଛକ ନିକଟରେ ଗଞ୍ଜେଇ ଗାଡି ଜବତ କରିଥିବା ଘଟଣାରେ ପୂର୍ବରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମନୋଜ ଗଣ୍ତା ନାମକ ଅଭିଯୁକ୍ତ ଫେରାର ଥିଲା। ଆଜି ଟାଉନ ପୋଲିସ ଦାମନଯୋଡି ରୁ ଫେରାର ଅଭିଯୁକ୍ତ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।