ମାଲକାନଗିରି: କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟରେ ଓରକେଲ ପୋଲିସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟରେ ଓରକେଲ ପୋଲିସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ଖଇରପୁଟ ବିଜେପି ମଣ୍ଡଳ ଉପ ସଭାପତି ରମାକାନ୍ତ ଧାକଡ଼, କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲଙ୍କ ସହିତ ପୋଲିସ କର୍ମଚାରୀ ଓ ତହସିଲ କର୍ମଚାରୀ ଉପସ୍ଥିତ ରହି ଏକ ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ।