ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଧାନପାଟ କ୍ଲବ ପକ୍ଷରୁ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ମ ସର୍ବଭାରତୀୟ ‘ପ୍ରଧାନ୍ପାଟ୍ କପ୍’ ଫୁଟବଲ ପ୍ରତିଯୋଗିତା ଦ୍ୱିତୀୟ ସେମିଫାନାଲ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ପ୍ରାୟ 5 ପର୍ଯ୍ୟନ୍ତ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ସେମି ଫାଇନାଲ ଖେଳରେ ରାଉରକେଲା ୧୫ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସମ୍ବଲପୁର ଫୁଟବଲ କ୍ଲବ ଫାଇନାଲରେ ପ୍ରବେଶ କରିଛି ।