ଟିଟିଲାଗଡ: ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠରେ ସଭାର ସଭାପତି ଶ୍ରୀ ପ୍ରକାଶ ଗୋଏଲଙ୍କ ସଭାପତିତ୍ବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ଉପଲକ୍ଷେ ସମସ୍ତ ଅଗ୍ରୱାଲ ସଭାର ସଦସ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଯୋଗ ଦେଇଥିଲେ। ସମାଜର ଉନ୍ନତି ନିମନ୍ତେ ଯାହାବି ବିକାଶ କାର୍ଯ୍ୟ କରାଯିବ ସେଥିରେ ମୋ ଦ୍ଵାରା ଯାହା ବି ଯଥା ସମ୍ଭବ ମୁଁ ସାହାଯ୍ୟ କରିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଅଗ୍ରୱାଲ