ଆନନ୍ଦପୁର: ହାଟଡ଼ିହି ହାଇସ୍କୁଲରେ ଗଣିତ ଏବଂ ବିଜ୍ଞାନ ବ୍ଲକସ୍ତରୀୟ ଏକ ଦିବସୀୟ କାସକେଡ୍ ତାଲିମ ଶିବିର ଅନୁଷ୍ଠିତ
ହାଟଡିହି ହାଇସ୍କୁଲ ପରିସରରେ ଅପରାହ୍ନ୪ଟା ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷକଙ୍କ ପାଇଁ ବ୍ଲକସ୍ତରୀୟ ଏକ ଦିବସୀୟ ଗଣିତ ବିଜ୍ଞାନ କାସକେଡ୍ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଏବିଇଓ ପ୍ରମୋଦ କୁମାର ନାୟକ, ଭାରପ୍ରାପ୍ତ ଏବିଇଓ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖଙ୍କ ସହ ହାଟଡ଼ିହି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପରମାନନ୍ଦ ପରିଡ଼ା ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୋଟ ୪୭ଟି ହାଇସ୍କୁଲର ଗଣିତ ଓ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ନେଇଥିଲେ l