ଲାଞ୍ଜିଗଡ: ବିମଳା ଗ୍ରାମ ଚିକନୁ ପଡା ରେ ସାର୍ବଜନୀନ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ।
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ତଥା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରି ପାଲି ଗ୍ରାମ ପଞ୍ଚାୟତ ବିମଳା ଚିକନୁ ପଡା ଲକ୍ଷ୍ମୀ ପୂଜା କମିଟି ଏବଂ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ମାଣବସା ଗୁରୁବାର ଉପଲକ୍ଷେ ମାଁ ମହାଲକ୍ଷ୍ମୀ ଙ୍କ ପୂଜା ଆୟୋଜନ କରାଯାଇଛି । ଏ ଅବସରରେ ମଙ୍ଗଳ ବାର ଅପରାହ୍ନ ୫ଟା ବେଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ପୂଜା କର୍ତ୍ତା ଭାବରେ ଗୁଣ ରାଉତ ଏବଂ ତାଙ୍କ ଧର୍ମପତ୍ନୀ ଉଲ୍ଲାସ ରାଉତ ପୂଜାକାର୍ଯ୍ୟ ନିର୍ବାହ କରିବେ।