ସ୍କୁଟି ଦୁର୍ଘଟଣାଗ୍ରସ୍ତ ରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଗ୍ରାମର ମଥୁରା ସାହୁ ଙ୍କ ପୁଅ ମନୋଜ ସାହୁ (୩୭) ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଘର ନିକଟରେ ଏକ ପିଲରରେ ଧକ୍କା ହୋଇଥିଲା ଯାହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି