ଆଜି ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଆଭାସୀ ମାଧମରେ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମସୁ ସାନନାଳୀ ସାହି ଠାରେ ନବ ନିର୍ମିତ ଏକଲବ୍ୟ ଆବାସିକ ବିଦ୍ୟାଳୟ କୁ ମଧ୍ଯ ଉଦଘାଟନ କରାଗଲା ବିଦ୍ୟାଳୟ ପରିସର ରେ ଏଥ୍ନିମନ୍ତେ ଏକ ଉଦଘାଟନ ସଭା ର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖୂଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ସାହାରପଡା ବିଡ଼ିଓ ରଞ୍ଜିତ କୁମାର ମହାନ୍ତି, ଚମ୍ପୁଆ ଆଇ ଟି ଡ଼ି ଏ ର ପ୍ରକଳ୍ପ ନିର୍ଦେଶକ ରାମ କୃଷ୍ଣ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ।