ରାଉରକେଲା ଇସ୍ପାତ କାରଖାନା ମନ୍ଥନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି ସୁରକ୍ଷା ସମୀକ୍ଷା ବୈଠକ ।ଯେଉଁ ବିଭାଗଗୁଡ଼ିକ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ଅର୍ଥାତ୍ ୨୦୨୫ ମସିହା ଅକ୍ଟୋବର ରୁ ଡିସେମ୍ବର ମାସ ମଧ୍ୟରେ ସର୍ବାଧିକ ସଂଖ୍ୟକ ନିୟର-ମିସ୍ ମାମଲା ରିପୋର୍ଟ କରିଛନ୍ତି, ସେମାନଙ୍କୁ ଆୟୋଜିତ ସୁରକ୍ଷା ସମୀକ୍ଷା ବୈଠକ ସମୟରେ ଡ଼ିଆଇସି ଶ୍ରୀ ଆଲୋକ ବର୍ମା ପୁରସ୍କୃତ କରିଥିଲେ।