ଛତିଶଗଡ଼ ରାଜ୍ୟର ଡାକ୍ତର ସିଭି ରମଣ ବିଶ୍ୱବିଦ୍ୟାଳୟରୁ ବେଲପାହାଡ ର ବୈଶାଖୀ ପାତ୍ର ଉଦ୍ଭିଦ ବିଜ୍ଞାନରେ ଶ୍ରେଷ୍ଠ ଛାତ୍ରୀ ଭାବେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି l ସିଭି ରମଣ ବିଶ୍ୱବିଦ୍ୟାଳୟ ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଆଜି ଶୁକ୍ରବାର ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟପାଳ ରମେନ ଡେକା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ସ୍ନାତକୋତ୍ତର ରେ ୨୦୧୯-୨୦ ଶିକ୍ଷା ବର୍ଷରୁ ଆରମ୍ଭ କରି ୨୦୨୩-୨୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମୋଟ ୮୯ ଜଣ ଛତ୍ରଛାତ୍ରୀଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସ୍ବର୍ଣ୍ଣ