ବାସୁଦେବପୁର: ବେତଡ଼ା ନିକଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ବେତଡ଼ା ନିକଟରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ବାସୁଦେବପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।