ଅନୁଗୋଳ: ଝଜିରିବାହାଳ ଗ୍ରାମରେ ହାତୀ ସହ ମୁହାମୁହିଁ ହୋଇ ଜଣେ ଆହତ
Anugul, Angul | Sep 16, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଝଜିରି ବାହାଳ ଗ୍ରାମରେ ହାତୀ ସହ ମୁହାମୁହିଁ ହୋଇ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ଗୁରୁତ୍ତର ଜଣଙ୍କ ହେଲେ ଝଜିରି ବାହାଳ ଗ୍ରାମର ଭାଗବତ ପ୍ରଧାନ ଙ୍କ ୫୮ ବର୍ଷୀୟ ପୁଅ ନକୁଳ ପ୍ରଧାନ । ସୂଚନା ଯେ, ଆଜି ସକାଳ ସମୟରେ ଗୋଟି କିଆ ଦାନ୍ତ ହାତୀ ଝଜିରି ବାହାଳ ଗ୍ରାମ ଅଞ୍ଚଳରେ ଗୁରି ବୁଲୁଥିଲା । ସେହି ସମୟରେ ମାଛ ମାରିବାକୁ ନକୁଳ ପୋଖରି ଆଡକୁ ଯାଇଥିଲେ ଓ ହାତୀ ସହ ନକୁଳ ମୁଁ ମୁହାଁମୁହିଁ ହୋଇ ଯିବା ଫଳରେ ନକୁଳ ଜୀବନ ବିକଳରେ ଦୌଡ଼ି ବାକୁ ଲାଗିଲେ। ଯାହା ଫଳରେ ନକୁଳ ଖସି ପଡ଼ି ଗୁରୁତ୍ତର ହୋଇ ଯାଇଥିଲେ