ବୁଧବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସୱାନ ସଭା ଗୃହ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟ ସ୍ତରୀୟ ନୂତନ ଅଙ୍ଗନ ବାଡି କେନ୍ଦ୍ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବୌଦ୍ଧ ଠାରେ ଜିଲ୍ଲା ସ୍ତରୀୟ ଆଭାସୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ ମାନେ ଉପସ୍ଥିତ ଥିଲେ l