ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ଗୁମାଡେରା ମା ମଙ୍ଗଳା ମନ୍ଦିର ସମ୍ମୁଖରେ ହର ହରି ମିଳନ ଧୁମଧାମରେ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ପ୍ରାୟ ୪ ଟାରୁ ୫ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା l ଭଗବାନ ବିଷ୍ଣୁ ଏବଂ ଦେବ ଦେବ ମହାଦେବଙ୍କ ରଥ ମଙ୍ଗଳା ମନ୍ଦିର ଯାଏଁ ଶତାଧିକ ଭକ୍ତ ଟାଣି ଆଣିବାସହ ସମ୍ପୂର୍ଣ ରୀତିନୀତିରେ ପୂଜର୍ଚ୍ଚନା କରାଯାଇଥିଲା l ଏହି ହର ହରି ମିଳନ ଦେଖିବା ପାଇଁ ବେଲପାହାଡ ତଥା ଆଖପାଖ ଅଂଚଳ ର ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା l