ମହାନଗର ନିଗମ କମିସନରଙ୍କ ରେଡ, ସହରର ଗଳିକନ୍ଦି ଓ ବିଭିନ୍ନ ଦୋକାନକୁ ଯାଇ ସଫେଇ ଯାଞ୍ଚ କରିଛନ୍ତି ଏସଏମସି କମିସନର l ଆବର୍ଜନା ଗାଡି ଯିବା ପରେ ମଧ୍ୟ ସହରରେ ପଡିଛି କୁଢ଼ କୁଢ଼ ଅଳିଆ ଆଉ ଏଇଥିପାଇଁ ଆଜି ସକାଳ ପ୍ରାୟ 7 ଟା ରେ ସହର ର ସାକ୍ଷପଡା ରେ ବୁଲୁଛନ୍ତି ଏସଏମସି କମିସନର ଓ ତାଙ୍କ ଟିମ l ସହରର ବିଭିନ୍ନ ଅଞ୍ଚଳକୁ ପହଂଚି ସେହି ଅଂଚଳ ସଫା ହେଇନଥିଲେ ଦାୟିତ୍ୱରେ ଥିବା ସ୍ୱଚ୍ଛସାଥିଙ୍କ ଉପରେ ତାଗିଦ କରିଥିବା ନେଇ ସୂଚନା ମିଳିଛି l