ମାଲକାନଗିରି: ଗୋବିନ୍ଦପାଲି ରେ ପହଁଚିଲେ ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ, ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଚିତ୍ରକୋଣ୍ଡା ବିଧାୟକ
ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ଗୋବିନ୍ଦପାଲି ଠାରେ ଆଜି ଅପରାହ୍ନ ୫ଟା ସମୟରେ ପହଁଚିଲେ ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ ଯୁବ କଂଗ୍ରେସ ନେତା ଇସାକ୍ ଖୋସଲା ଙ୍କ ସମେତ ଦଳୀୟ କର୍ମକର୍ତ୍ତା। ତେବେ ଆସନ୍ତା କାଲି ଠାରୁ ଜିଲ୍ଲା ର ମୋଟୁ ଠାରୁ କଂଗ୍ରେସ ପଦଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆଜି ପହଞ୍ଚିଛନ୍ତି ପିସିସି ସଭାପତି ଶ୍ରୀ ଦାସ। ଏବଂ ତାଙ୍କ ସହ ପହଞ୍ଚିଛନ୍ତି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି।