ସୋହେଲା: ପେଟୃପାଲୀ ଉଚ୍ଚ ବିଦ୍ୟାଳୟରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ଶେଷ, ଯୋଗଦେଲେ ABEO
ଆଜି ସଂଧ୍ୟା 5 PM ରେ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ପାଇ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିବା ପରେ ଏବିଇଓ ମନୋହର ଉଟୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ସି ଆର ସି ସି ଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଉପସ୍ଥିତ ଥିଲେ । ସି ଆର ସି ସି ନରେଶ ଚନ୍ଦ୍ର ସାହୁ ବିଭିନ୍ନ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ବି ଇ ଓ ଅମୃତା ସାହୁଙ୍କ ନିର୍ଦ୍ଦେଶରେ ଆଜିର ବୈଠକ ଅନୁଷ୍ଠିତ ହୋଇ ଥିଲା ।