ତିର୍ତ୍ତୋଲ: ଓରବା ଗ୍ରାମର ଅରୁଣ ତାରେଣିଆଙ୍କ ଝିଅକୁ ଅଇରୀ ଗ୍ରାମର ଜଣେ ଯୁବକ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ଅଧିନ ଓରବା ଗ୍ରାମର ଅରୁଣ ତାରେଣିଆଙ୍କ ଝିଅକୁ ଅଇରୀ ଗ୍ରାମର ଜଣେ ଯୁବକ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଗାଁଠାରୁ ଅନତି ଦୂରରେ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ଏକ ବାଇକରେ ତାଙ୍କୁ ଜୋର ଜବରଦସ୍ତ ବସାଇ ନେଇ ଯାଇଛନ୍ତି। ଝିଅକୁ ସେ କେଉଁଠି ଲୁଚାଇ ରଖିଥିବାରୁ ଝିଅଙ୍କୁ ତା କବଳରୁ ଉଦ୍ଧାର ପାଇଁ ଥାନାରେ ଅଭିଯୋଗ କରିଛନ୍ତି।