ନବରଙ୍ଗପୁର ପୋଲିସ ଷ୍ଟେସନ: ସଂସ୍କୃତି ଭଵନରେ ମଣ୍ଡେଇ ୨୦୨୫ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର ସଂସ୍କୃତି ଭବନରେ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାର ପ୍ରାଣବନ୍ତ ସ୍ପନ୍ଦନ ଦେଖିବାକୁ ମିଳିଥିଲା । ଆଗାମୀ ମଣ୍ଡେଇ ୨୦୨୫ ମହାଉତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଲୋକଗୀତ ପ୍ରତିଯୋଗିତା ଏବଂ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ ଲୋକଗୀତ ପ୍ରତିଯୋଗିତାରେ ୧୨ ଜଣ ପ୍ରତିଯୋଗୀ ସୁନ୍ଦର ଆଦିବାସୀ 'ଗୀତକୁଡ଼ିଆ ଗୀତକୁଡ଼ିଆଣୀ' ପରିବେଷଣ କରିଥିଲେ