ମାଲକାନଗିରି ଜିଲ୍ଲା କତାମାଟେରୁ ଗ୍ରାମରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଜୁନ ୨୧ ତାରିଖରେ ଏହି ଗ୍ରାମରେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡୋଗୋଳ ପରିସ୍ଥିତି ଯୋଗୁଁ ଅନେକ ଆହତ ହୋଇଥିଲେ। ଏହାକୁ ନେଇ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକର ଆୟୋଜନ କରଯାଇଥିଲା। ଏହି ବୈଠକରେ ମାଲକାନଗିରି ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ପୋଲିସ ଏସଡିପିଓଙ୍କ ସହ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ସ୍ଥାନୀୟ ଅଞ୍ଚଳର ନେତୃ ମଣ୍ଡଳୀ ଓ ଉଭୟ ଗୋଷ୍ଟିର ଲୋକେ ଉପସ୍ଥିତ ରହି ଶାନ୍ତିରେ ଚଳିବାକୁ ପରାମର୍ଶ ଦେଇଥିଲେ।