ଆନନ୍ଦପୁର: ଆନନ୍ଦପୁର ଜେଲରେ ବିଚାରାଧିନ ବନ୍ଦୀଙ୍କ ସନ୍ଦେହଜନକ ମୃତୁ , ପରିବାର ଲୋକେ ରଖିଲେ ପ୍ରତିକ୍ରିୟା
ଆନନ୍ଦପୁର ସବ-ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୋସୋ ଥାନା ଅଞ୍ଚଳର ଅଭି ମୁଣ୍ଡା ନାମକ ଜଣେ ୨୮ ବର୍ଷୀୟ ଯୁବକ ଏକ ହତ୍ୟା ମାମଲାରେ ଗତ ମାର୍ଚ୍ଚ ୨୦୨୪ରୁ ବିଚାରାଧିନ ବନ୍ଦୀ ଭାବେ ଆନନ୍ଦପୁର ଉପ କାରାଗାର ରେ ଥିଲେ। ଆଜି ସକାଳୁ ରବିଙ୍କୁ ମୃତ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଜେଲ କର୍ତୁପକ୍ଷ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅପରାହ୍ନ ୪ଟାରେ ପରିବାର ଲୋକେ ପହଞ୍ଚି ନିଜ ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି।