ବରଗଡ: ଓଭର ବ୍ରିଜ ନିକଟରେ ବାନ୍ଦେନଟିକ୍ରା ବାସୀ କଲେ ରାସ୍ତା ରୋକ
ରବିବାର ଦିବା 11 ଘଣ୍ଟା ସମୟରେ ଟ୍ରକ ପାର୍କିଂ ବିରୋଧରେ ବାନ୍ଦେନଟିକ୍ରା ବାସୀଙ୍କ ରାସ୍ତା ରୋକ । ବରଗଡ଼ ଓଭର ବ୍ରିଜ ନିକଟରେ ଶତାଧିକ ପୁରୁଷ ମହିଳା ରାସ୍ତା ରୋକ କରି ଟ୍ରକ ପାର୍କିଂ କୁ ଜୋରଦାର ବିରୋଧ କରିଛନ୍ତି । ତାଙ୍କ ଗାଁ ନିକଟରେ ଟ୍ରକ ପାର୍କିଂ ହେଲେ ଆଗାମୀ ଦିନରେ ବହୁ ଦୁର୍ଘଟଣାର ଶିକାର ହେବାକୁ ପଡିବ । ସ୍ଥାନୀୟ ପୁଅ ଝିଅ ପାଠ ପଢି ଯିବା ଆସିବା ବେଳେ ଦୁର୍ଘଟଣାର ଆଶଙ୍କା ରହିବା ସହ ଅସାମାଜିକ କାର୍ଯ୍ୟ ବଢିବା ଆଶଙ୍କା କରିଛନ୍ତି । ତେବେ ପୂର୍ବରୁ ବାନ୍ଦେନଟିକ୍ରା ବାସି ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ତାଙ୍କ ଗାଁ ନିକଟରେ ଟ୍ରକ ପାର୍କିଂ ନ କରାଯାଉ ବୋଲି