ହୀରାକୁଦ ଅଞ୍ଚଳବାସୀ ହେଲେ ଆଜି ସନ୍ଧ୍ୟା 6 ଟା ରେ ଏସପିଙ୍କ ଦ୍ୱାରସ୍ଥ। ମିଳିଥିବା ସୂଚନା ଅନୁସାରେ ଗତ 8 ତାରିଖ ରାତିରେ ହୀରାକୁଦ ଅଞ୍ଚଳର ଅଭୟ ଦାସ ନାମକ ଜଣେ ଯୁବକଙ୍କୁ ଲକ୍ଷ୍ମଡୁଙ୍ଗରି ପାହାଡ଼ ରେ ହତ୍ୟା କରାଯାଇଥିଲା l ଏହି ଘଟଣା ରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି l ହେଲେ ଏପର୍ଯ୍ୟନ୍ତ ତୃତୀୟ ଅଭିଯୁକ୍ତ ଗିରଫ ହୋଇନାହିଁ l ସେପଟେ ଅଭୟଙ୍କ ମୋବାଇଲ ମଧ୍ୟ ମିଳି ପାରିନାହିଁ l ଯାହାକୁ ନେଇ ଆଜି ହୀରାକୁଦ ବାସୀ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି l