ତଲସରା: ବାଲିଶଙ୍କରା ହାଇସ୍କୁଲ ପ୍ରାଙ୍ଗଣରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଆଜି ବ୍ଳକ ପ୍ରଶାସନ ପକ୍ଷରୁ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଲିଶଙ୍କରା ବ୍ଳକ ଅଧ୍ୟକ୍ଷା କୁଞ୍ଜ ଲତା ଭିତ୍ରୀଆ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।