ବରଗଡ: ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ ଭାରଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଲେ ବିଭିନ୍ନ ଯୋଜନାର ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୃଷକ ଓ ମତ୍ସ୍ୟ ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ’ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଭାର୍ଚୁଆଲ ଭାବେ ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହା ସହିତ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ଅବତାର ସମ୍ପଦ ଯୋଜନା’ ଅଧିନରେ ୫୯ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟରେ ଏକ ଅତ୍ୟାଧୁନିକ ଆକ୍ବା-ପାର୍କ ଓ ପାଇକାରୀ ମାଛ ବଜାରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।