ଯାଜପୁର ଜିଲ୍ଲାରେ ତମାଖୁ ବିକ୍ରୟ ବିରୋଧରେ ଏବଂ ଖାଦ୍ୟ ସୁରକ୍ଷା ନିଶ୍ଚିତିକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଡ୍ରଗ୍ସ କଣ୍ଟ୍ରୋଲର, ଡ୍ରଗ୍ସ ଇନ୍ସପେକ୍ଟର ରେଞ୍ଜ–୧ ଓ ରେଞ୍ଜ–୨, ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ପାଣିକୋଇଲି, ଧର୍ମଶାଳା, ବଡ଼ଚଣା, ଚଣ୍ଡିଖୋଲ ଓ ମହାବିନାୟକ ନିକଟସ୍ଥ ସ୍କୁଲ ଓ କଲେଜ ପରିସରରେ ଚଢାଉ କରାଯାଇଥିଲା । ସେଠାରେ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଅବୈଧ ଭାବେ ତମାଖୁ ଓ ଏଥି ସହିତ ସମ୍ବନ୍ଧିତ ପଦାର୍ଥ ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା ।