ଦେବଗଡ: ଆମ୍ବୁଲପାଣି ଗ୍ରାମରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ହକି ପ୍ରତିଯୋଗିତା ଉଦଯାପିତ, ଶବରପାଲି ହକି ଦଳ ଚମ୍ପିୟାନ
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ତଥା ତିଲେଇବଣି ଗ୍ରାମ ପଂଚାୟତ ଆମ୍ବୁଲପାଣି ଗ୍ରାମରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ ଜିଲ୍ଲା ସ୍ତରୀୟ ହକି ପ୍ରତିଯୋଗିତା ରବିବାର ସନ୍ଧ୍ୟା ପ୍ରାୟ 6 ଟାରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କଂଟେଇକୋଳି ହକି ଦଳକୁ ୨-୦ ଗୋଲରେ ପରାସ୍ତ କରି ଶବରପାଲି ହକିଦଳ ଚମ୍ପିୟାନ ହୋଇଛି । ଏହି ଅବସରରେ ଆୟୋଜକ ଆମ୍ବୁଲପାଣି ହକି କ୍ଲବର ସଭାପତି ସୁଦେଶ୍ୱର ଲାକ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିଲେଇବଣୀ ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଯୋଗ ଦେଇଥିଲେ।