ବାତେମୁରା ପଂଚାୟତ ର କୀର୍ତିପୁର ଗ୍ରାମର 55 ବର୍ଷୀୟ ସୁଦାମ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ଆଜି ସକାଳୁ ତାଙ୍କ ଘରେ ଦେହାନ୍ତ ହୋଇଥିଲା l ପୂର୍ବରୁ ତାଙ୍କର ସ୍ତ୍ରୀ ମଧ୍ୟ ମୃତ୍ୟୁ ବରଣ କରିସାରିଛନ୍ତି l ସୁଦାମ ଅନ୍ୟ ଜାତିର ଝିଅ କୁ ବାହା ହେଇଥିଲେ ବୋଲି ନିଜ ସମ୍ପର୍କୀୟ କିମ୍ବା ଗାଁ ଲୋକ କେହି ଶବ ସତ୍କାର କରିନ ଥିଲେ l ଗୁଣ୍ଡେରପୁର ଫାଣ୍ଡି ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳ କୁ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ହେଲେ କେହି କିଛି କରିନଥିଲେ l ଶେଷରେ ସହରର ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନ ସମ୍ବଲ ର ରାମଦାସ ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ l ସମ୍ବଲ ପରିବାର ର କରକର୍ତ୍ତା ମାନେ କୀ