ସମ୍ବଲପୁର ସଦର ମେଡିକାଲ ରେ ଆଜି ଗୁରୁତର ଅବସ୍ଥାରେ ଜଣେ ମହିଳା ଉଦ୍ଧାର l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 9 ଟା ସମୟରେ ସମ୍ବଲପୁର ରେଲୱେ ମେଡିକାଲ ର ଏକ ଗାଡି ଏହି ମହିଳାଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଛାଡି କାହାକୁ କିଛି ନଜଣାଇ ଫେରାର ହୋଇଯାଇଥିଲେ l ମହିଳା ଜଣକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା କରିଥିବା ବେଳେ ମହିଳାଙ୍କ ସହ କଣ ଘଟିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ